ସୁସ୍ଥ ନାରୀ ପାଖରେ ସୁସ୍ଥ ଶରୀର ରହିବା ଆବଶ୍ୟକ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ପୋଷଣ ମହାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ସବିତା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚନ୍ଦ୍ରମଣି ନାଗ ଯୋଗ ଦେଇଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରମା ସେଠ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଜିଲ୍ଲା ସଂଯୋଜକ ଶାସ୍ୱତ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିବୃନ୍ଦ ସୁସ୍ଥ ନାରୀ ପାଖରେ ସୁସ୍ଥ ଶରୀର ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କିଶୋରୀ ବାଳିକା ଓ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତା ରହିଥିବାବେଳେ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପନିପରିବା ଓ ଖାଦ୍ୟ ପ୍ରସ୍ତୁତି କରି ଅତିଥିଙ୍କୁ ଚାଖିବା ପାଇଁ କୁହାଯାଇଥିଲା । ଏଥିସହିତ ଏପରିି ଉତ୍ତମ ଖାଦ୍ୟ ଖାଇବା ଆବଶ୍ୟକ ରହିଛି ବୋଲି ବିଡ଼ିଓ ଶ୍ରୀଯୁକ୍ତ ନାଗ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁପରଭାଇଜର ପ୍ରଭାତି ପଣ୍ଡା, ସୌମ୍ୟ ସାହୁ, ମଞ୍ଜୁ ରଣା ଓ ସୁନିତା ବାରିକଙ୍କ ସମେତ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।