୧୨ ବାଟାଲିୟନ ସିଆରପିଏଫଙ୍କ ଦ୍ୱାରା ସିଭିକ ଆକ୍ସନ ପ୍ରୋଗ୍ରାମ

କଳାହାଣ୍ଡି,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜୀ ଗ୍ରାମପଞ୍ଚାୟତର ଜାମଚୁଆରେ ୧୨ ବାଟାଲିୟନ ସିଆରପିଏଫଙ୍କ ଦ୍ୱାରା ସିଭିକ ଆକ୍ସନ ପ୍ରୋଗ୍ରାମ ଏବଂ ହେଲଥ କ୍ୟାମ୍ପ ଆୟୋଜିତ ହୋଇଯାଇଛି । ଏଥିରେ ଜମଚୁଆ, ଡାହାଣୀ ପଦର, ଖକ୍ସି, ଯୋବା ଗାଁ ଓ ମାଚୁଲର ୧୦୦ଟି ପରିବାରକୁ ପାଣି ଡ୍ରମ, କଢ଼େଇ, ଡେକଚି, ପ୍ରେସର କୁକର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨ ବାଟାଲିୟନର କମାଣ୍ଡେଣ୍ଟ ନନ୍ଦକିଶୋର କୁମାର ପ୍ରସାଦ, ସହାୟକ କମାଣ୍ଡେଣ୍ଟ ଅମିତ ସିଂ, ଚିକିତ୍ସା ଅଧିକାରୀ ଡା. ମନୀଷ ସିଂ, ୱାର୍ଡ ସଭ୍ୟ ଚିନ୍ତା ମାଝୀ, ଶଙ୍ଖ ଚରଣ ବେଶ୍ରା, ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଘାସି ମାଝୀ ଓ ଜାମଚୁଆ ସ୍କୁଲ ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ ।