ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ଅଟୋ ସହ ୭୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। କିନ୍ତୁ ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଅନ୍ୟଜଣକୁ ପୁଲିସ ଗିରଫ କରିଛି । ଗିରଫ ଜଣକ ହେଲେ ଗୋକୁଳ ରଣା । ମିଳିଥିବା ରିପୋର୍ଟ ମୁତାବକ, ଫିରିଙ୍ଗିଆ ପୁଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ଶାଡ଼ିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରୀ ଗାଁ ଘାଟିରେ ଅଟୋକୁ ଅଟକାଇବା ପରେ ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଅନ୍ୟପଟେ ଅଟୋ ଡ୍ରାଇଭର ପୁଲିସକୁ ଦେଖି ଗାଡ଼ି ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୁଲିସ ଗଞ୍ଜେଇ ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ବାଲିଗୁଡ଼ା ଥାନା ସମ୍ପୃକ୍ତ ଅଭିଯୁକ୍ତ ନାଁରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାବେଳେ ଫେରାର ଡ୍ରାଇଭରକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।