ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ନିର୍ବାଚନ ପ୍ରକ୍ରିୟା ଲାଗି ନାମାଙ୍କନ ପତ୍ର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି । ଆଜି ସମସ୍ତ ଆବେଦନକାରୀମାନେ ନିଜ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥିତ ଥିଲେ । ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ପରେ ୧୫ ଜଣଙ୍କ ନାମାଙ୍କନକୁ ନିର୍ବାଚନ ଅଧିକାରୀ ଗ୍ରହଣ କରିଥିବା ଜଣାପଡ଼ିଛି। ଏହିକ୍ରମେ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ନରସିଂହ ନାଥ ତ୍ରିପାଠୀ ଓ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ, ଉପସଭାପତି ପାଇଁ ଆଇନଜୀବୀ ହରି ନାରାୟଣ ବେହେରା ଓ ବିଧୁ ଶେଖର ତ୍ରିପାଠୀ, ସମ୍ପାଦକ ଭାବେ ମାନସ ତ୍ରିପାଠୀ ଓ ତପନ ସିଂ, କୋଷାଧ୍ୟକ୍ଷ ଭାବେ ସ୍ନେହଲତା ଦେବୀ ଓ ଅନିଲ ଦୀନବନ୍ଧୁ, କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ତପନ ପାଣିଗ୍ରାହୀ, ବାଲାଜୀ ପ୍ରସାଦ ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ଗୋପାଳ କୃଷ୍ଣ ଶତପଥୀ, ସତୀଶ ଚନ୍ଦ୍ର ନାୟକ ଓ ଦିନେଶ ରାଜ କୋର୍କରାଙ୍କ ନାମାଙ୍କନକୁ ଯାଞ୍ଚ ପରେ ଗ୍ରହଣ କରାଯାଇଛି । ଅନ୍ୟପଟେ ଯୁଗ୍ମ ସମ୍ପାଦକ ପଦବୀରେ ଜଣେମାତ୍ର ସଦସ୍ୟ ସନ୍ଦୀପ ମିଶ୍ରଙ୍କ ନାମାଙ୍କନକୁ ମଧ୍ୟ ଗ୍ରହଣ କରାଯାଇଛି । ଆସନ୍ତା ୧୨ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯିବ । ୧୩ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର, ସହନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଆଇନଜୀବୀ ତାଜ ଇମ୍ବ୍ରାନ ସରିଫ ପରିଚାଳନା କରୁଛନ୍ତି ।