ଓୟୋ ପ୍ରତିଷ୍ଠାତାଙ୍କ ପିତାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଛି । ଗୁରୁଗ୍ରାମସ୍ଥିତ ହାଇ-ରାଇଜ ବିଲ୍ଡିଂର ୨୦ ତାଲାରୁ ଖସି ପଡ଼ିବା ଯୋଗୁ ରମେଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉକ୍ତ ଘଟଣାରେ ପୁଲିସ ତଦନ୍ତ କରୁଛି। ଅନ୍ୟପଟେ ଓୟୋ ପ୍ରବକ୍ତା ରମେଶଙ୍କ ମୃତ୍ୟୁ ଖବରକୁ ସୁନିଶ୍ଚିତ କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଫର୍ମେସନ ନିର୍ଦ୍ଦେଶକ ଗୀତାଂଶା ସୁଦଙ୍କ ସହ ରିତେଶ ଅଗ୍ରୱାଲଙ୍କ ବିବାହ ହୋଇଥିଲା । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।