Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଖୋଲୁନି ଭିସୁଟ୍‌ ଛାତ୍ରୀ ଚିନ୍ମୟୀର ମୃତ୍ୟୁ ରହସ୍ୟ, ବାପା ମାଆଙ୍କୁ ପଚରାଉଚରା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଖୋଲୁନି ଭିସୁଟ୍‌ ଛାତ୍ରୀ ଚିନ୍ମୟୀର ମୃତ୍ୟୁ ରହସ୍ୟ, ବାପା ମାଆଙ୍କୁ ପଚରାଉଚରା

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ବୁର୍ଲା ଭିସୁଟର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ମାମଲା । ଏନେଇ ପୋଲିସର ତଦନ୍ତ ଜାରି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୃତ୍ୟୁର ସଠିକ କାରଣ ଆସିପାରିନି । ଚିନ୍ମୟୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ନା ଏକ ଦୁର୍ଘଟଣା ତା ଉପରୁ ଆଜି ମଧ୍ୟ ଉଠି ପାରିଲାନି ପରଦା । ନିଶାସକ୍ତ ଅବସ୍ଥାରେ ଥିଲେ କି ଚିନ୍ମୟୀ ଓ ପ୍ରୀତିମାନ ଏନେଇ ଏବେ ପ୍ରଶ୍ନ ଉଠିଛି । ୨୦ରୁ ଊର୍ଦ୍ଧ୍ବ ସହପାଠୀଙ୍କୁ ଏହି ଘଟଣାକୁ ନେଇ ପୋଲିସ ଜେରା କରିସାରିଲାଣି । ତେବେ ଏହି ଘଟଣା କ୍ରମରେ ଗତକାଲି ଚିନ୍ମୟୀଙ୍କ ବାପା ମାଆଙ୍କୁ ସମ୍ବଲପୁର ଡକାଯାଇ ହୀରାକୁଦ ଏସ୍‌ଡିପିଓ ଅଫିସରେ ଏକ ବନ୍ଦ କୋଠରୀରେ ୫ ଘଣ୍ଟା ଧରି ପଚରାଉଚରା କରିଥିଲେ । ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଓ ସମ୍ବଲପୁର ଏସପି ବତୁଲା ଗଙ୍ଗାଧରଙ୍କ ଉପସ୍ଥିତିରେ ଚିନ୍ମୟୀ ବାପା ମାଆଙ୍କୁ ପଚରା ଉଚରା କରାଯାଇଛି l

ବର୍ତ୍ତମାନ ରହସ୍ୟ ଘେରରେ ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ଘଟଣାକୁ ୬ ଦିନ ପୁରିଥିଲେ ବି କୌଣସି ସୁରାକ ପାଉନି ବୁର୍ଲା ପୋଲିସ । ସାଇଣ୍ଟିଫିକ ଟିମର ଘନ ଘନ ତଦନ୍ତ ବି କାମକୁ ଆସୁନି । ଲାଏ ଡିଟେକସନ ପରେ ବି ସବୁ ଓଲଟପାଲଟ ଭଳିଆ ପରିସ୍ଥିତି ରହିଛି । ଲାଏ ଡିଟେକସନ ସମୟରେ ଦୁଇ ବନ୍ଧୁଙ୍କ କେତେକ କଥାରେ ରହିଲା ନାହିଁ ତାଳମେଳ ବୋଲି ଚର୍ଚ୍ଚା ରହିଛି । ସେପଟେ ଚିନ୍ମୟୀଙ୍କ ଲ୍ୟାପଟପ, ପେନ ଡ୍ରାଇଭ, ଡାଇରୀ ଏବେ ପୋଲିସ ହାତରେ । ସନ୍ଦିଗ୍ଧ ଅଭିଯୁକ୍ତ ପ୍ରୀତିମାନ ଓ ତାଙ୍କ ୨୦ରୁ ଊର୍ଦ୍ଧ୍ବ ସହପାଠୀଙ୍କ ବୟାନ, ସମଲେଶ୍ବରୀ ଢ଼ାବାର ସିସିଟିଭି ଫୁଟେଜ, ଚିନ୍ମୟୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା, ଲାଏ ଡିଟେକସନ, ପୋଷ୍ଟମର୍ଟମ ରିପୋର୍ଟ, ଚିନ୍ମୟୀଙ୍କ କମ୍ପ୍ୟୁଟର, ଡାଇରୀ ସହ ପାରିପାର୍ଶ୍ବିକ ସାକ୍ଷ୍ୟ ପ୍ରମାଣ ଅଭିଯୁକ୍ତକୁ ଗିରଫ ପାଇଁ ଯଥେଷ୍ଟ ହେଉନି ।

ଅନ୍ୟପଟେ ବୁର୍ଲା ପୋଲିସର ତିନୋଟି ଟିମ ଘଟଣା ଉପରୁ ପରଦା ଉଠାଇବା ପାଇଁ ତିନିରୁ ଊର୍ଦ୍ଧ୍ବ ଜିଲ୍ଲାରେ ୪ ଦିନ ହେବ ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗିଛି । ପାଞ୍ଚ ଦିନ ପରେ ପୋଲିସ ଜାଣିପାରୁନି ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ଆତ୍ମହତ୍ୟା, ହତ୍ୟା ନା ଏକ ଦୁର୍ଘଟଣା । ଜିଲ୍ଲାର ଉଚ୍ଚ ପଦସ୍ତ ପୋଲିସ ଅଧିକାରୀଙ୍କ ତୁହାକୁ ତୁହା ରୁଦ୍ଧଦ୍ବାର ବୈଠକ ବି ଚାଲୁଛି । ଲାଏ ଡିଟେକସନ ରିପୋର୍ଟ ଓ ଭିସେରା ରିପୋର୍ଟ ମିଳିଲା ପରେ କିଛି ନିର୍ଣ୍ଣୟରେ ପହଞ୍ଚି ପାରେ ପୋଲିସ ବୋଲି କହିଛନ୍ତି ସମ୍ବଲପୁର ଏସପି ।

ଚିନ୍ମୟୀ, ପ୍ରୀତିମାନ ଓ ମାନସ ଖାଇଥିବା ବୁର୍ଲା ନିକଟସ୍ଥ ସମଲେଶ୍ବରୀ ଢ଼ାବା ଯାଇ ତଦନ୍ତ କରିଛି ପୋଲିସ । ଢ଼ାବାରେ ଏମାନେ କୌଣସି ମାଦକ ଦ୍ରବ୍ୟ ନେଇଥିଲେ କି ନାହିଁ ତା ଉପରେ ଢ଼ାବା ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ । ଢ଼ାବାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ସଂଗ୍ରହ କରିଛି । ଯଦି ଚିନ୍ମୟୀଙ୍କ ମୃତ୍ୟୁ ଷଡଯନ୍ତ୍ରରେ ସାମିଲ ହୋଇଥାନ୍ତି ତେବେ ଦଫା ୩୦୨ରେ ଗିରଫ ହୋଇପାରନ୍ତି ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ।