କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେଡି ସଭାପତି ରମେଶ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ସ୍ୱାଭିମାନ ତଥା ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। କେସିଙ୍ଗା ନୂତନ ବସ ଷ୍ଟାଣ୍ଡ ଓ ବଲାଙ୍ଗୀର ଛକ ସ୍ଥିତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ ନେତା ଓ କର୍ମୀଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ଓ ତାଙ୍କର ସ୍ମୃତି ଚାରଣ କରାଯାଇ ବିଜୁ ବାବୁ ଅମର ରହେ ସ୍ଲୋଗାନ ଦିଆଯାଇଥିଲା। ଏହି ଅବସରରେ କେସିଙ୍ଗା ସହର ରିଜେନ୍ସି ଛକରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଆମ୍ବେଦକର ଛକ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଷ୍ଟେଟ୍ ବ୍ୟାଙ୍କ୍ ଇଭିନିଂ ଶାଖା ନିକଟରେ ଥିବା ଗାନ୍ଧିମୂର୍ତି ପରି ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରଯାଇଛି। ଏଥିରେ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟକ୍ଷା ସରସ୍ୱତୀ ସାହା, ଜିଲ୍ଲା ସମ୍ପାଦକ ସୁରେଶ ମହାନନ୍ଦ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ରାମଜି ମାତଖଣ୍ଡିଆ, ଉତ୍ତର ମହଲା, ଦୟାନିଧି ସୁନାନୀ, ଛୋଟୁ ଖାନ, ନେହରୁ ସୁନାନୀ, ନରସିଂହ ନିଆଲ, କାଉନସିଲର ରମାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।