Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସମାଜ ସେବା କ୍ଷେତ୍ରରେ ସାଗରିକା ଶତପଥୀଙ୍କ ବିଶେଷ ଅବଦାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସମାଜ ସେବା କ୍ଷେତ୍ରରେ ସାଗରିକା ଶତପଥୀଙ୍କ ବିଶେଷ ଅବଦାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆରାଧ୍ୟ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ପରିଚାରିକା ତଥା ସୋସିଆଲ ମିଡିଆ ପ୍ରଶାସକ ଓ ଇଂରାଜୀ ମିଡିଆ ‘ଦ ନ୍ୟୁଜ ଇନସାଇଟ’ର ସହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ସାଗରିକା ଶତପଥୀ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମିଡିଆ ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାଗରିକାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ସାଗରିକା ସମସ୍ତ ଶ୍ରେୟ ତାଙ୍କ ମା’ ସରୋଜିନୀ ଶତପଥୀ ଏବଂ ଟ୍ରଷ୍ଟ୍ରର ସଦସ୍ୟମାନଙ୍କୁ ଦେଇଛନ୍ତି । ସାଗରିକା କହିଛନ୍ତି ଯେ, ମା’ଙ୍କଠୁ କେବେ ନ ହାରିବା ଏବଂ ଆଗକୁ ଆଗକୁ ବଢ଼ି ଚାଲିବା ଶିଖିଛି । ଝିଅଙ୍କୁ କିଶୋରାବସ୍ଥାରୁ ଏକ ସୀମିତ, ସଙ୍କୁଚିତ ବାତାବରଣରେ ନ ବଢ଼ାଇ, ବାହାଘର ପୂର୍ବରୁ ଏବଂ ପରେ, ପରିବାର ଓ ସମାଜ ସମାନ ସୁବିଧା ସୁଯୋଗ ଦେବା ଉଚିତ । ଆଜିର ନାରୀ ଅବଳା କି ଦୁର୍ବଳା ନୁହେଁ ବରଂ ସେ ସ୍ୱୟଂଶିଦ୍ଧା ଓ ସାହସୀ । ସମସ୍ତ କ୍ଷେତ୍ରରେ ସଫଳ । ଆଜିର ନାରୀ ନିଜ ବୁଦ୍ଧି ବଳରେ ପରିବାର ବି ଚଳାଇପାରେ ଆଉ ଅଫିସ ଏବଂ ଦେଶ ବି ।

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ଗ୍ରାମରୁ ଆସି ସାଗରିକା ଶତପଥୀ ଭୁବନେଶ୍ୱରରେ ନିଜର ପ୍ରତିଷ୍ଠା ସ୍ଥାପନ କରିପାରିଛନ୍ତି ଏବଂ ସବୁବେଳେ ଆଗରେ ରହି ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇଛନ୍ତି । ଭୁବନେଶ୍ୱରରେ ସମାଜ ସେବା (ଏମଏସଡବ୍ଲ୍ୟୁ) ଏବଂ ଦିଲ୍ଲୀରୁ ମାନବ ଅଧିକାର (ହ୍ୟୁମନ ରାଇଟ୍ସ)ରେ ସ୍ନାତକୋତ୍ତର କରିବା ସହ ସେ ଷ୍ଟେନୋଗ୍ରାଫିରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି । ନାରୀ ସଶକ୍ତିକରଣ କ୍ଷେତ୍ରରେ ଶିକ୍ଷାର ମହାନ ଭୂମିକା ରହିଥିବାବେଳେ ସେ ନାରୀ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଗ୍ରାମାଞ୍ଚଳରେ ଗରିବ ଛାତ୍ରଛାତ୍ରୀଙ୍କୁ ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ତରଫରୁ ମାଗଣା କମ୍ପ୍ୟୁଟର ଶିକ୍ଷା ଦେଇ ଆସୁଥିବାବେଳେ ଅନାଥ ଓ କନ୍ୟା ଆଶ୍ରମକୁ ମଧ୍ୟ ଗ୍ରହଣ କରିଛନ୍ତି ।

କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳର କୁନି କୁନି ଛାତ୍ରଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ଯୋଗେଇବା ସହ ଗ୍ରାମାଞ୍ଚଳ ତଥା ବସ୍ତି ଅଞ୍ଚଳରେ ମହିଳା ଏବଂ ଦିବ୍ୟାଙ୍ଗ ବିଦ୍ୟାଳୟର ଝିଅଙ୍କୁ ସ୍ୱଚ୍ଛତା ଅବଲମ୍ବନ କରିବା ସକାଶେ ୧୦ ହଜାରରୁ ଊର୍‌ଦ୍ଧ୍ୱ ସାନିଟାରୀ ପ୍ୟାଡ ବଣ୍ଟନ କରିଛନ୍ତି । ସାଗରିକାଙ୍କ ତତ୍ୱାବଧାନରେ ବାତ୍ୟା, ପ୍ରାକୃତିକ ଦୁର୍ବିପାକ ସମୟରେ ନିରାଶ୍ରୟ ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଏ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହୁଥିବା ଛାତ୍ରୀଙ୍କୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ସେ ସିଲେଇ ମେସିନ ସହ ପ୍ରଶିକ୍ଷକ ମଧ୍ୟ ନିଯୁକ୍ତି କରିଥିଲେ । ଏହାଦ୍ୱାରା ଛାତ୍ରୀମାନେ ଅଧ୍ୟୟନ ଶେଷ ହେବା ପରେ କାହା ଉପରେ ନିର୍ଭର ନ କରି ଆତ୍ମନିର୍ଭର ହୋଇପାରିବେ । ଏବେ ସେ ମହିଳା ଷ୍ଟାର୍ଟଅପ ଉଦ୍ୟୋଗୀ ଭାବରେ ମଧ୍ୟ ନିଜର ପ୍ରତିଷ୍ଠା ସ୍ଥାପନ କରିଛନ୍ତି । ପେପର ପ୍ଲେଟ ତିଆରି କରି ଲୋକଙ୍କୁ ନିଯୁକ୍ତି ଦେବାସହ ବ୍ୟବସାୟରେ ମଧ୍ୟ ସଫଳତା ଲାଭ କରିପାରିଛନ୍ତି ।