ଲୋକପ୍ରିୟତାରେ ବାଜି ମାରି ପୁଣି ଥରେ ହିରୋ ବନିଲେ ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲୋକପ୍ରିୟତାର ପାହାଚ ଉପରେ ପାହାଚ ଚଢି ଚାଲିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନ ହେଲା କ୍ଷମତାରେ ଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା କମି ନାହିଁ। ପୂର୍ବ ଅପେକ୍ଷା ଦେଶ ଓ ରାଜ୍ୟରେ ବଢି ଚାଲିଛି ନବୀନଙ୍କ ଆଦର। ୨୦୨୨ ବର୍ଷର ସ୍କଚ୍‌ ପ୍ରଶାସନିକ ରିପୋର୍ଟ କାର୍ଡ ଅନୁସାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ୩ୟ ସ୍ଥାନରେ ରହିଥିବା ବେଳେ ଏହି ରିପୋର୍ଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟପ ୨ରେ ଅଛନ୍ତି। ଜଗନ ଏକ ନମ୍ବର ଓ ମମତା ଦୁଇ ନମ୍ବର ସ୍ଥାନରେ ଅଛନ୍ତି।

 

ଗତ ୨୨ ବର୍ଷ ହେଲା ରାଜ୍ୟର ଶାସନ ଗାଦିରେ ବସିଥିବା ନବୀନଙ୍କ ଧଳାକୁର୍ତ୍ତା ଚକଚକ ହେବାରେ ଲାଗିଛି। ଏହାରି ଭିତରେ ପ୍ରକାଶ ପାଇଛି ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡ। ରିପୋର୍ଟ କାର୍ଡ ନବୀନଙ୍କ ଲୋକପ୍ରିୟତାର ପ୍ରାମାଣିତ କରିଛି। ଗତବର୍ଷ ସ୍କଚ୍ ରିପୋର୍ଟ କାର୍ଡରେ ନବୀନ ୮ ନମ୍ବର ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ରିପୋର୍ଟରେ ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ବର୍ଷକ ଭିତରେ ନବୀନଙ୍କ ପ୍ରଦର୍ଶନ ୩ ନମ୍ବର ସ୍ଥାନକୁ ଉନ୍ନୀତ ହେବା ନବୀନଙ୍କ ପ୍ରତି ବଢୁଥିବା ଆଦର ପ୍ରମାଣିତ କରିଛି।

ମମତା ବାନାର୍ଜୀ ତିନି ନମ୍ବରରୁ ଦୁଇ ନମ୍ବରକୁ ଉଠିଥିବା ବେଳେ ଉଦ୍ଧବ ଠାକରେ ୭ରୁ ୫ ଓ କେ. ଚନ୍ଦ୍ରଶେଖର ରାଓ ୯ରୁ ୬ ନମ୍ବରକୁ ଉନ୍ନୀତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଛି।