କେପଟାଉନ,ଏଜେନ୍ସି: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଅନ୍ତିମ ଚରଣରେ ପହଞ୍ଚିଛି । ସମସ୍ତ ଲିଗ ମ୍ୟାଚ ପରେ ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଅଷ୍ଟମ ସଂସ୍କରଣ ପ୍ରଥମ ସେମି ଫାଇନାଲ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ ।
କ୍ରମାଗତ ୩ଟି ସଂସ୍କରଣରେ ସେମିରେ ପ୍ରବେଶ କରିଥିବା ଭାରତ ଆଜି ଫାଇନାଲ ଟିକେଟ ପାଇଁ ଅଷ୍ଟ୍ରେଲିଆକୁ ଭେଟିବ । କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ସନ୍ଧ୍ୟା ୬ଟା ୩୦ରୁ ମ୍ୟାଚ ଆରମ୍ଭ ହେବ । ଦ୍ବିତୀୟ ସେମିଫାଇନାଲରେ ଘରୋଇ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି (ଶୁକ୍ରବାର) ମୁକାବିଲା ଅନୁଷ୍ଠିତ ହେବ ।
ଆଜିର ସେମି ଫାଇନାଲ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ସବୁ ବିଭାଗରେ ଭାରତ ଭଲ ପ୍ରଦର୍ଶନ କଲେ ବିଜୟ ସହଜ ହେବ । ଭାରତ ବିଶ୍ବକପରେ ସେମିରେ ପ୍ରବେଶ କରିଥିଲେ ମଧ୍ୟ କେଉଁ ଲିଗ ମ୍ୟାଚରେ ବୋଲିଂରେ ଭଲ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ବିଫଳ ହୋଇଥିଲା ତ ପୁଣି କେଉଁ ମ୍ୟାଚରେ ବୋଲିଂରେ ବିଫଳ ହୋଇଥିଲା । ଫାଇନାଲ ଟିକେଟ ହାତେଇବାକୁ ହେଲେ ଟିମ ଇଣ୍ଡିଆକୁ ଆଜି ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ନଚେତ ଅଷ୍ଟ୍ରେଲିଆକୁ ହରାଇବା କଷ୍ଟକର ହେବ ।