Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶୁକ୍ରବାରଠୁ କଳିଙ୍ଗ ସାହିତ୍ୟ ମହୋତ୍ସବ, ଯୋଗ ଦେବେ ୧୦ ରାଷ୍ଟ୍ର ଓ ୫୦୦ ବକ୍ତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶୁକ୍ରବାରଠୁ କଳିଙ୍ଗ ସାହିତ୍ୟ ମହୋତ୍ସବ, ଯୋଗ ଦେବେ ୧୦ ରାଷ୍ଟ୍ର ଓ ୫୦୦ ବକ୍ତା

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: କଳିଙ୍ଗ ସାହିତ୍ୟ ମହୋତ୍ସବ ନବମ ବର୍ଷରେ ପଦାର୍ପଣ କରିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରପୂର୍ଣ ଭାବେ ଆୟୋଜିତ ହେବ ଏହି ମହୋତ୍ସବ । ଆସନ୍ତାକାଲି(ଶୁକ୍ରବାର)ଠୁ ଆରମ୍ଭ ହେବ କଳିଙ୍ଗ ସାହିତ୍ୟ ମହୋତ୍ସବ । ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବେ । କଳିଙ୍ଗ ସାହିତ୍ୟ ଉତ୍ସବ ସହିତ କଳାକୃତି ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏଥିରେ ୧୦ଟି ଦେଶରୁ ଓ ୨୫ ଟି ରାଜ୍ୟରୁ ୫ ଶହରୁ ଅଧିକ ସାହିତ୍ୟିକ, ଲେଖକ, ପ୍ରକାଶକ ବକ୍ତା, ବିଚାରକ, ସଙ୍ଗୀତଜ୍ଞ ଓ ଗାଳ୍ପିକଙ୍କ ସମେତ ପାଠକମାନେ ଯୋଗ ଦେବେ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଳିଙ୍ଗ ସାହିତ୍ୟ ମହୋତ୍ସବ ନିର୍ଦ୍ଦେଶକ ।

ଦେଶ ବିଦେଶର ୬୦ରୁ ଅଧିକ କଳାକାରଙ୍କ କଳାକୃତିକୁ ଏଠାରେ ସ୍ଥାନିତ କରାଯିବ । ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାରପ୍ରାପ୍ତ ଗୀତାଞ୍ଜଳି ଶ୍ରୀ, କଳିଙ୍ଗ ସାହିତ୍ୟ ପୁରସ୍କାର ପାଇଥିବା ଡ.ରମେଶ ପ୍ରସାଦ ପାଣିଗ୍ରାହୀ, କେଏଲଏଫ-ପବ୍ଲିସିଂ ହାଉସ ଅଫ ଦ ଇୟର ପୁରସ୍କାର- ପେଙ୍ଗୁଇନ ର୍ୟାଣ୍ଡମ ହାଉସ ,କେଏଲଏଫ- ପବ୍ଲିସିଂ ହାଉସ ଅଫ ଦ ଇୟର ପୁରସ୍କାର-ରାଜକମଲ ପ୍ରକାଶନ ହେବ । ଭୁବନେଶ୍ୱରର ଏକ ହୋଟେଲରେ କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଘାଟନ ହେବା । ସାହିତ୍ୟର ବିବିଧ ରୂପ ତଥା ଜୀବିତ ଅନୁଭୂତି, ରାଜନୀତି, କଳା, ଚଳଚ୍ଚିତ୍ର, ବ୍ୟବସାୟ, ଗଣମାଧ୍ୟମ ଓ କ୍ରୀଡା ପରି ବିଷୟବସ୍ତୁ ଗୁଡ଼ିକୁ ନେଇ ନବମ କଳିଙ୍ଗ ସାହିତ୍ୟ ମହୋତ୍ସବ ବିଶ୍ବ ତଥା ଜାତୀୟ ସ୍ତରରେ ଆଲୋଚନା ନିମନ୍ତେ ଏକ ମଞ୍ଚ ପ୍ରସ୍ତୁତ କରିବ । ଏଥରର ବିଷୟବସ୍ତୁ ‘ଭାରତ ଓ ବିଶ୍ୱ’ ରହିଛି ।

ନବମ ବର୍ଷ ପରିପ୍ରେକ୍ଷୀରେ ଏହି ମହୋତ୍ସବ ଜୀବନର ପ୍ରତିଟି କ୍ଷେତ୍ରରୁ ଲେଖକ, ବକ୍ତା, ବିଚାରକ, ଏବଂ ହିତାକାଂକ୍ଷୀ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ପ୍ରାଣକେନ୍ଦ୍ର ଉପସ୍ଥାପନ କରିବ । ୨୫ ରାଷ୍ଟ୍ର ଏବଂ ୨୫ରୁ ଊର୍ଦ୍ଧ୍ବ ଭାଷାକୁ ପ୍ରତିନିଧିତ୍ୱ କରିବ ବୋଲି କେଏଲଏଫର ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ମହୋତ୍ସବରେ ୫୦୦ରୁ ଅଧିକ ବକ୍ତା ବିଭିନ୍ନ ଜାତୀୟ ସ୍ତରର ବ୍ୟକ୍ତିବିଶେଷ, ନୋବେଲ, ବୁକର, ଅନ୍ତର୍ଜାତୀୟ ବୁକର, ସାହିତ୍ୟ ଏକାଡେମୀ ଆଦି ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଅଂଶଗ୍ରହଣ କରିବେ ।