ଚଣ୍ଡିଗଡ,ଏଜେନ୍ସି: ବିଭିନ୍ନ ମୁସଲମାନ ସଂଗଠନର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରଙ୍କୁ ବିଭିନ୍ନ ସଂଖ୍ୟାଲଘୁ କଲ୍ୟାଣକାରୀ ଯୋଜନା ଓ ନିଷ୍ପତ୍ତି କାରଣରୁ ପ୍ରଂଶସା କରିଛନ୍ତି । ତିନି ତଲାକ ରଦ୍ଦ ପରି ଅନେକ ନିଷ୍ପତ୍ତି ସଂଖ୍ୟାଲଘୁଙ୍କ ପାଇଁ ମୋଦି ସରକାର ଗ୍ରହଣ କରିଥିବା ସମ୍ପୃକ୍ତ ନେତାମାନେ କହିଛନ୍ତି ।
ଗତକାଲି (ବୁଧବାର) ଏନଆଇଡି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘ଅମୃତ କାଳରେ ସଂଖ୍ୟାଲଘୁଙ୍କ ଭୂମିକା ’’କାର୍ଯ୍ୟକ୍ରମରେ ଅହମ୍ମଦିଆ ମୁସଲିମ ସମ୍ପ୍ରଦାୟର ବୈଦେଶିକ ବ୍ୟାପାର ନିର୍ଦ୍ଦେଶକ ଅହସାନ ଗୌରୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଦେଶ ତଥା ବିଶେଷ କରି ସଂଖ୍ୟାଲଘୁମାନଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଏହାକୁ ପ୍ରଶଂସା କରାଯିବା ଉଚିତ । ଭଲ ଜିନିଷକୁ ପ୍ରଶଂସା କରିବା ଉଚିତ । ଏବଂ ଆମେ ସେମାନଙ୍କୁ ପ୍ରଶଂସା କରୁଛୁ। “
ଅହମ୍ମଦ୍ କହିଛନ୍ତି ଯେ ଟ୍ରିପଲ ତଲାକ୍ ( ତିନି ତଲାକ) ରଦ୍ଦ କରିବା ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କ ସଶକ୍ତିକରଣ ଦିଗରେ ଏକ ବଡ ପଦକ୍ଷେପ । ଇସଲାମ ମଧ୍ୟ ଟ୍ରିପଲ ତଲାକର ପ୍ରଥାକୁ ଗ୍ରହଣ କରେ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଏକ ଭଲ ପଦକ୍ଷେପ ଗ୍ରହଣ କରିଛି । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଭଲ ପଦକ୍ଷେପ ମଧ୍ୟ ବଞ୍ଚିତ ମହିଳାଙ୍କୁ ମାନ୍ୟତା ଦେବା ପାଇଁ ଏକ ବହୁତ ଭଲ ପଦକ୍ଷେପ ଓ ପ୍ରଶଂସାଯୋଗ୍ୟ । ଆମେ ଏହି ପଦକ୍ଷେପକୁ ସମ୍ମାନ ଦେଉଛୁ ବୋଲି ଅହମ୍ମଦ କହିଛନ୍ତି ।