ଦେବଗଡ଼,ଏନ୍ଏନ୍ଏସ୍: ତିଳେଇବଣି ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ନେଇ ଦେବଗଡ଼କୁ ଫେରୁଥିବା ବୁକାବେଡ଼ା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପଛ ପଟୁ ବଲେରୋ ଧକ୍କା ଦେଇଛି । ଫଳରେ ୧୩ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ୨ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ତିଳେଇବଣି ଆଦର୍ଶ ବିଦ୍ୟାଳୟର ସପ୍ତମ ଓ ଅଷ୍ଟମ ଶ୍ରେଣୀର ଓମ ଦେହୁରୀ, କ୍ରିଷ କୁମାର ବେହେରା, ବୈଭବ ବର୍ଣ ଦାଶ, ଚୁଆ ଚନ୍ଦନ ବେହେରା, ଚର୍ଚିତ ଚନ୍ଦ୍ର ପ୍ରଧାନ, ପ୍ରଜ୍ଞା ପାରମିତା ନାୟକ, ଅଭିଲିପ୍ସା ସାହୁ ଓ ସୋନାଲି ପ୍ରସାଦ । ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସାଧନା ଦାଶଙ୍କ ତତ୍ତ୍ୱାବଧାନରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।