ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ବନ୍ଦ ରହିଥିବାବେଳେ ଏବେ ପୁଣିଥରେ ବାଲିଗୁଡ଼ା ଥାନା ତରଫରୁ ବାଲିଗୁଡ଼ା ବ୍ଲକ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ବାଲିଗୁଡ଼ା ପୁଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ୍ ଭାବେ ଲାଗିଥିବା ପ୍ରାୟ ୫୦ ଏକର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଏହି ଚଢ଼ଉରେ ବାଲିଗୁଡ଼ା ଥାନା, ଅବକାରୀ ବିଭାଗ ଓ ଶ୍ରମିକ ସାମିଲ ଥିଲେ । ବାଲିଗୁଡ଼ା ଥାନା ଗଞ୍ଜେଇ ସମ୍ପର୍କିତ ମାମଲା ରୁଜୁ କରିଥିବାବଳେ ଅଧିକ ତଦନ୍ତ ଜାରି ରହିଥିବା ବିଷୟରେ ବାଲିଗୁଡ଼ା ଥାନାଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।