ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀରେ ‘ଅପରେସନ ଦୋସ୍ତ’ରେ ସାମିଲ ହୋଇଥିବା ଏନଡିଆରଏଫ ଓ ଅନ୍ୟ ସଂଗଠନର ଉଦ୍ଧାରକାରୀ ଦଳର ଯବାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଆମ ସଂସ୍କୃତି ଆମକୁ ବସୁଧୈବ କୁଟୁମ୍ବକମ୍ ଶିଖାଇଛି । ଆମେ ସମଗ୍ର ବିଶ୍ୱକୁ ଏକ ପରିବାର ଭାବିଥାଉ । ଯେତେବେଳେ ପରିବାରର କୌଣସି ସଦସ୍ୟ ସଙ୍କଟରେ ଥାଏ ତାକୁ ସାହଯ୍ୟ କରିବା ଭାରତର କର୍ତ୍ତବ୍ୟ ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଦୁନିଆରେ ଯେବେ ବି ବିପତ୍ତି ଆସଛି ଭାରତ ସର୍ବପ୍ରଥମେ ସାହଯ୍ୟ କରିଛି । ଆମ ଯବାନମାନେ ତୁର୍କୀରେ ଅଦ୍ଭୁତ କ୍ଷମତାର ପରିଚୟ ଦେଇଛନ୍ତି । ଆମ ଡଗ୍ ସ୍କ୍ୱାଡ୍ ଅଦ୍ଭୁତ ଶକ୍ତି ପ୍ରଦର୍ଶନ କରିଛନ୍ତି । ସମଗ୍ର ଦେଶବାସୀ ଆପଣଙ୍କ ଉପରେ ଗର୍ବିତ । ଆମେ ଯବାନ ମୃତ୍ୟୁ ସହ ଲଢ଼ୁଥିଲେ । ଉଦ୍ଧାର କାର୍ଯ୍ୟରେ ଯାଇଥିବା ଭାରତୀୟ ଟିମ୍ ମାନବୀୟ ସମ୍ବେଦନାର କାମ କରିଛନ୍ତି । ଦେଶବାସୀଙ୍କୁ ଏନଡିଆରଏଫ୍ ଉପରେ ଭରଷା ଅଛି ।