କେନ୍ଦ୍ର ସରକାରଙ୍କ ଚାଉଳ କାଟ ନୀତିକୁ ଗାଁ ଗାଁରେ ବିରୋଧ

ଦେବଗଡ଼,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲାର ୩ଟି ବ୍ଲକର ୭୦ଟି ପଞ୍ଚାୟତରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ପ୍ରଥମେ ଗରିବଙ୍କ ଚାଉଳ ବନ୍ଦ କଲେ ଏବଂ ପରେ ଜାତୀୟ ଖାଦ୍ୟ ସୁରକ୍ଷାରେ ମିଳୁଥିବା ଚାଉଳକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନାମିତ କରି ଗରିବ ଖାଉଟିଙ୍କୁ ଭ୍ରମିତ କରିଛନ୍ତି । ଏହାସହ ଗରିବଙ୍କ ୫ କେଜି ଚାଉଳ କାଟି ରାଜ୍ୟର ସାଢ଼େ ୪ କୋଟି ଅନ୍ନଦାତାଙ୍କ ଥାଳିରୁ ଭାତ ଛଡ଼ାଇଥିବା କେନ୍ଦ୍ରରେ ଥିବା ବିଜେପି ସରକାର ବିରୁଦ୍ଧରେ ସମସ୍ତ ୭୦ ପଞ୍ଚାୟତରେ ପ୍ରତିବାଦ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।