ଆରସିବି ଟିମରେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଗତ ମାସ ଟେନିସରୁ ଅବସର ନେଇଛନ୍ତି । କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାନିଆଙ୍କୁ ମହିଳା ପ୍ରିମିୟର ଲିଗରେ ଦଳର ମାର୍ଗଦର୍ଶକ ଦାୟିତ୍ୱ ପ୍ରଦାନ କରିଥିବା ଜଣାପଡ଼ିଛି । ଆରସିବି ମୋତେ ଏତେ ବଡ଼ ଦାୟିତ୍ୱ ଦେଇଥିବାରୁ ମୁଁ ଖୁବ୍ ଖୁସି ଅଛି ବୋଲି ସାନିଆ କହିଛନ୍ତି ।

ସାନିଆ ମିର୍ଜା କହିଛନ୍ତି ଯେ, ଭାରତୀୟ ମହିଳା କ୍ରିକେଟ ଟିମ୍ ମହିଳା ପ୍ରିମିୟର ଲିଗ ରୂପେ ଏକ ବଡ଼ ପରିବର୍ତ୍ତନ ଦେଖିଛି ଏବଂ ମୁଁ ଏଥିରେ ସାମିଲ ହୋଇଥିବାରୁ ଖୁବ୍ ଉତ୍ସାହିତ ଅଛି । ଆରସିବି ଆଇପିଏଲର ଏକ ଲୋକପ୍ରିୟ ଟିମ୍ । ସେମାନେ ମହିଳା ପ୍ରିମିୟର ଲିଗରେ ଏକ ଟିମ୍ ପ୍ରସ୍ତୁତ କରିଥିବାକୁ ନେଇ ମୁଁ ବେଶ୍ ଖୁସି ଅଛି ।