ରାସ୍ତାକଡ଼ରେ ଠିଆ ହୋଇଥିବା କଣ୍ଟେନର ସହ ବାଇକ୍ ଧକ୍କା, ଆରୋହୀ ମୃତ

ଚିଲିକା,ଏନ୍‌ଏନ୍‌ଏସ୍‌: ନାଚୁଣୀ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ହରିକୁଣ୍ଡ ବରଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ଯୋଗୀ ବେହେରାଙ୍କ ପୁଅ କୃଷ୍ଣ ଚନ୍ଦ୍ର ବେହେରା (୨୩) ।

ମିଳିଥିବା ରିପୋର୍ଟ ମୁତାବକ, କୃଷ୍ଣ ବାଇକ୍ ଯୋଗେ ଚାକିରି ପାଇଁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ଏହି ସମୟରେ ହରିକୁଣ୍ଡ ବରଡ଼ି ଛକରେ ଅସାବଧାନତାବଶତଃ ପୂର୍ବରୁ ଠିଆ ହୋଇଥିବା ଏକ କଣ୍ଟେନରକୁ କୃଷ୍ଣ ଧକ୍କା ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ନାଚୁଣୀ ଥାନା ଏସଆଇ କେଶବ ଚନ୍ଦ୍ର ବେହେରା ଶବ ବ୍ୟବଚ୍ଛେଦ ପାଇଁ ବାଣପୁର ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି ।