୨୦୨୪ ସୁଦ୍ଧା ଆମେରିକା ଭଳି ହେବ ଭାରତର ରାସ୍ତା ଭିତ୍ତିଭୂମି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସଂସଦରେ ମୋଦୀ ସରକାରଙ୍କ ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ସଡ଼କ ପରିବହନ ମନ୍ତ୍ରଣାଳୟକୁ ଗତ ବର୍ଷ ଅପେକ୍ଷା ୩୬ ପ୍ରତିଶତ ଅଧିକ ଆବଣ୍ଟନ କରାଯାଇଛି । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ବିଶେଷ ସୂଚନା ପ୍ରଦାନ କରିଛନ୍ତି ।

ନୀତିନ ଗଡ଼କାରୀ କହିଛନ୍ତି ଯେ, ଚଳିତ ବର୍ଷ ସଡ଼କ ପରିବହନ ମନ୍ତ୍ରଣାଳୟକୁ ୨.୭୦ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ୨୦୨୪ ସରିବା ପୂର୍ବରୁ ଭାରତରେ ରାସ୍ତାର ଭିତ୍ତିଭୂମି ଆମେରିକା ଭଳି ହୋଇଯିବ । ଦିଲ୍ଲୀରୁ ଡେରାଡୁନ, ଚଣ୍ଡୀଗଡ଼, ଜୟପୁର ଏତେ ସହଜ ଓ ସୁଗମ ହେବ କି ଲୋକେ ବିମାନରେ ଯିବେ ନାହିଁ । ଦେଶର ଭିତ୍ତିଭୂମିକୁ ବଦଳେଇବା ପାଇଁ ପଛୁଆ ଅଞ୍ଚଳକୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଭିତ୍ତିଭୂମି ବିକାଶ ହେଉଛି ଆମର ପ୍ରାଥମିକତା । ଆଗାମୀ ଦିନରେ କୃଷକ ଅନ୍ନଦାତା ସହ ଶକ୍ତିଦାତା ହେବେ ।