ନୂଆଦିଲ୍ଲୀ: ବଲିଉଡ଼ର ‘ଶେରଶାହ’ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ ଜେସଲମେରର ସୂର୍ଯ୍ୟଗଢ଼ ପ୍ୟାଲେସରେ ବିବାହ କରିବେ । ବିବାହ ଫେବୃଆରୀ ୬ ଓ ୭ ତାରିଖରେ ହେବ ବୋଲି ସୂଚନା ମିଳିଛି । ସିଦ୍ଧାର୍ଥ ଓ କିୟାରା ପଞ୍ଜାବୀ ରୀତିନୀତି ଅନୁସାରେ ବିବାହ କରିବେ । ବିବାହ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୩ଦିନ ଧରି ହେବାକୁ ଥିବା ଏହି ଭବ୍ୟ ବିବାହରେ ୧୦୦ରୁ ୧୨୫ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ବିବାହରେ ଉପସ୍ଥିତ ହେବାକୁ ଥିବା ସମସ୍ତ ଅତିଥୀଙ୍କୁ ରାଜସ୍ଥାନୀ ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଏଥିସହିତ ସମସ୍ତ ଅତିଥିଙ୍କ ପାଇଁ ଅଟୋ ଆରୋହଣର ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ, ଏହି ପ୍ୟାଲେସରେ ଅନେକ ବଲିଉଡ ଫିଲ୍ମର ସୁଟିଂ ହୋଇଛି । ଏଥିରେ ଅକ୍ଷୟ କୁମାରଙ୍କ ‘ହାଉସଫୁଲ ୪’ ସାମିଲ ରହିଛି । ବିବାହ ପାଇଁ ଏହି ପ୍ୟାଲେସର ଦିନକର ଭଡ଼ା ପ୍ରାୟ ୧ରୁ ୨ କୋଟି ହେବ ।