ଝାରସୁଗୁଡ଼ା ଏସପି ଓ ବ୍ରଜରାଜନଗର ଏସଡିପିଓଙ୍କ ବଦଳି

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ସ୍ୱର୍ଗତଃ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଏସପି ରାହୁଲ ଜୈନ ଏବଂ  ବ୍ରଜରାଜନଗର  ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରାଯାଇଛି । ରାହୁଲ ଜୈନଙ୍କୁ ଜିଲ୍ଲା ହେଡ କ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୁଲିସ ହେଡ କ୍ୱାର୍ଟରକୁ ସ୍ଥାନାନ୍ତର କରାଯାଇଛି । ଏଥିସହିତ ବରଗଡ଼ ଏସପି ସ୍ମିତ ପରମାରଙ୍କୁ ଝାରସୁଗୁଡ଼ା ଏସପି ଭାବରେ ଦାୟିତ୍ୱ ମିଳିଛି । ଅନ୍ୟପଟେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସଡିପିଓ ଭାବେ ଦାୟିତ୍ୱ ଦିଆଯାଇଛି । ତେବେ କ୍ରାଇମବ୍ରାଞ୍ଚ ଟିମ ସ୍ୱର୍ଗତ ଦାସଙ୍କ କିଛି ପାଖ ଲୋକଙ୍କୁ ମଧ୍ୟ ପଚରାଉଚୁରା କରିଥିବା ନେଇ ସୂଚନା ମିଳିଛି ।