କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ସ୍ୱଗତଃ ନବ କିଶୋର ଦାସଙ୍କ ବିୟୋଗରେ ସ୍ଥାନୀୟ ଏନଏସି ସଦଭାବନା ଗୃହରେ ଏକ ଶୋକସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହର ସଭାପତି ରମେଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ରାଜ୍ୟ ପରିଷଦ ସଭ୍ୟ ଭବାନୀ ନିଆଲ, ଜିଲ୍ଲା ସମ୍ପାଦକ ସୁରେଶ ମହାନନ୍ଦ, ପୂର୍ବତନ ଏନଏସି ଅଧ୍ୟକ୍ଷ ରାମଜି ମାତଖଣ୍ଡିଆ, ଗୀତାଞ୍ଜଳି ବରିହା, ଓକିଲ ସଂଘ ସଭାପତି ପ୍ରକାଶ ଦାସ, ଉତ୍ତର ମହଲା, ଦୟାନିଧି ସୁନାନୀ, ନଳୀନ ପଟ୍ଟନାୟକ, ଉପେନ୍ଦ୍ର ଘିଭେଲା, ରମାକାନ୍ତ ଜେନା, ପ୍ରକାଶ ବନଛୋର, ନରସିଂହ ନିଆଲ, ମଞ୍ଜୁ ମାଝୀ, ଶ୍ରୀନିବାସ ନାଇଡୁ ଓ ନେହେରୁ ସୁନାନୀ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ସାମିଲ ହୋଇ ଗଭୀର ଶୋକ ପ୍ରକାଶ କରିଥିଲେ । ସ୍ୱଗତଃ ନବ ଦାସଙ୍କ ଅକାଳ ବିୟୋଗ କେବଳ ବିଜେଡି ଓ ପଶ୍ଚିମ ଓଡ଼ିଶାର ନୁହେଁ ଏହା ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ କହିଥିଲେ।