ଦେବଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ସ୍ୱର୍ଗତଃ ନବ କିଶୋର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନଗର ସଭାପତି ଶୁକଦେବ ଭଞ୍ଜ ଓ ଯୁବ ବିଜେଡି ସଭାପତି ପ୍ରତାପ ଦେବଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ମହିଳା, କୃଷକ, ଯୁବ ଓ ଛାତ୍ର ମୋର୍ଚ୍ଚାର ବହୁ ପଦାଧିକାରୀ ଓ କର୍ମୀ ଉପସ୍ଥିତ ରହି ସ୍ୱର୍ଗତଃ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସ୍ୱର୍ଗତ ଦାସଙ୍କ ଜୀବନ ଆଦର୍ଶ ଓ ସଂଗଠନରେ ଭୂମିକା ସମ୍ପର୍କରେ ଆଲୋଚନା କରାଯିବା ସହ ନବକିଶୋରଙ୍କ ଅକାଳ ବିୟୋଗ ପଶ୍ଚିମ ଓଡ଼ିଶା ପାଇଁ ବଡ଼ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଇଂ ଭୂପେନ୍ଦ୍ର ପ୍ରସାଦ ନାୟକ, ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚା ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ, ବାରକୋଟ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରା, ତିଳେଇବଣି ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଭୁତି ଗଂଗଦେବ, ବରିଷ୍ଠ ବିଜେଡି ନେତା ରାଜକିଶୋର ଦାଶ, କାଉନସିଲର ଯତୀନ ନାୟକ, ବିଜୁ ମହିଳା ମୋର୍ଚ୍ଚା ସଭାପତି ଅରୁଣି ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ।