ଚିଲିକା,ଏନ୍ଏନ୍ଏସ୍: ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରିମୁଣ୍ଡା ନିକଟ ଘାସଡ଼ିହ ଗ୍ରାମରେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶେଖ୍ କୁର୍ବାନ(୩୫) । ମିଳିଥିବା ରିପୋର୍ଟ ମୁତାବକ, କୌଣସି ସୂତ୍ରରୁ ଖବର ପାଇ ନୂତନ ନାଚୁଣୀ ଥାନାର ଥାନାଧିକାରୀ ଚନ୍ଦ୍ର ଶେଖର ଜେନା ସଦଳବଳେ ଘାସଡ଼ିହ ଗ୍ରାମରେ ଚଢ଼ଉ କରି ମୋଟ ୨୫ଟି ବ୍ୟାଗରେ ରହିଥିବା ମୋଟ ୩୯୨ ଲିଟର ଦେଶୀ ମଦ ଜବତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏନେଇ ନାଚୁଣୀ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତନାଘନା ଜାରି ରଖିଛି ।