ଜାନୁଆରୀ ୩୧ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେସନ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେସନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ । ମୋଟ ୬୬ ଦିନରୁ ୨୭ ଦିନ କାର୍ଯ୍ୟ ହେବ ଓ ୨୭ଦିନ ଛୁଟି ରହିବ । ଏହି ଛୁଟି ଫେବୃଆରୀ୧୪ରୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ରହିବ । ଏନେଇ ସଂସଦୀୟ ଶ୍ରମମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେସନରେ ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତବାଙ୍ଗରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଚର୍ଚ୍ଚା କରିବାକୁ ଅନୁମତି ମିଳିନଥିବାକୁ ନେଇ ବିରୋଧୀ ଅଭିଯୋଗ କରିଥିଲେ । ସେଥିପାଇଁ ଅଧିବେସନରେ ଅନେକ ସମସ୍ୟା ଉପୁଜିଥିଲା ।