ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କନ୍ଧକେଲଗାଁ ପଞ୍ଚାୟତ ଜଳିଆ ଖେଳ ପଡ଼ିଆରେ ଆଜି ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ପଞ୍ଚାୟତସ୍ତରୀୟ ମହାସଭା ଅନୁଷ୍ଠିତ ହୋଇଯାଇଛି । ଶିବ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅହଲ୍ୟା ସାହୁ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ବରୁଣ ସାହୁ ଉପସ୍ଥିତ ଥିଲେ । ସେହିପରି ସମ୍ମାନୀତ ଅତିଥିଭାବେ ସମିତି ସଭ୍ୟା ବନୀତା ସାହୁ, ସଇଁନ୍ତଲା ପଞ୍ଚାୟତ ସଭାପତି ଛବିଲାଲ ସାହୁ, ସମ୍ପାଦକ ଭୀଷ୍ମ ସାହୁ, ଆବାହକ କୃଷ୍ଣ ଚନ୍ଦ୍ର ସାହୁ, ସଂଯୋଜକ ଟଙ୍କଧର ସାହୁ, ଉପସଭାପତି ହରି ବନ୍ଧୁ ସାହୁ, ଆତ୍ମା ଅଧ୍ୟକ୍ଷ ହେମନ୍ତ ସାହୁ ଓ ମିଡ଼ିଆ ସେଲ ସଂଯୋଜକ ଅଜିତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଉନ୍ନତି ଦିଗରେ ବର୍ତ୍ତମାନ ସମୟରେ ସାହୁ ସମାଜ ଅନେକ ଆଗକୁ ଯାଇଥିବାବେଳେ ଭାଇଚାରା ରହିବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପଞ୍ଚାୟତସ୍ତରୀୟ ସଭାପତିଭାବେ ଟିପେଶ୍ୱର ସାହୁ, ଉପସଭାପତି ପିତାମ୍ବର ସାହୁ ଓ ସମ୍ପାଦକ ରୁକ୍ମଣ ସାହୁ ମନୋନୀତ ହୋଇଛନ୍ତି । ଶେଷରେ ନାରାୟଣ ସାହୁ ଧନ୍ୟବାଦ ଦେଇଥିଲେ ।