ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼ା.ବିଭୂତିଭୂଷଣ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସରୋଜ କୁମାର ପାଠୀ, ଜାତୀୟ ସେବା ଯୋଜନା କାର‌୍ୟ୍ୟକ୍ରମ ଅଧିକାରୀ ଦୁଷ୍ମନ୍ତ ଶବର, ଯୁବ ରେଡକ୍ରସ୍ କାଉନସିଲର ଦଣ୍ଡପାଣି ଭୂୟାଁ ପ୍ରମୁଖ ଏହି ଦିବସ ପାଳନର ତାତ୍ପର‌୍ୟ୍ୟ ବଖାଣିିଥିଲେ । ପ୍ରଥମେ ଅତିଥିମାନେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ କରିଥିଲେ । ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଆୟୋଜିତ କାର‌୍ୟ୍ୟକ୍ରମରେ ଡ଼ା. ସଂଯୁକ୍ତା ନାୟକ, ପ୍ରସନ୍ନ କହଁର, ହମନକୁମାର ଦିବାକା, ସବିତା ଓଝା, ରୂପେଶ କୁମାର ତ୍ରିପାଠୀ ଓ ଯୋଗେଶ୍ୱର ଦିଗାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।