ଜାନୁଆରୀରୁ ଏକାଦଶ କୃଷି ଗଣନା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଦଶ କୃଷି ଗଣନା ପାଇଁ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସାମିଲ ହେବାକୁ ଥିବା ନୂତନ ନିୟମାବଳୀକୁ ପାଳନ କରି ସର୍ଭେ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଗଣନା କାର୍ଯ୍ୟ ଜାନୁଆରୀରୁ ଆରମ୍ଭ କରାଯିବ । ଏଥିରେ ଜିଲ୍ଲା ପରିସଂଖ୍ୟାନ ବିଭାଗର କ୍ଷେତ୍ର ସର୍ଭେ ଓ ନିରୀକ୍ଷକ, ଗ୍ରାମ୍ୟ କୃଷି କର୍ମଚାରୀ ଓ ପରିଦର୍ଶକ, ଅମିନ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ପ୍ରମୁଖ କର୍ମଚାରୀ ସାମିଲ ହେବେ । ଜିଲ୍ଲାର ୮୮୭ ରାଜସ୍ୱ ଗ୍ରାମ ଓ ୨ଟି ସହରାଞ୍ଚଳରେ ସର୍ଭେ କାର୍ଯ୍ୟ କରାଯିବ । ଉକ୍ତ ବୈଠକରେ ବହୁ ଅଧିକାରୀ ଉପସ୍ଥିତ ଥିଲେ ।