ବାଲିଗୁଡ଼ାର ନୂତନ ଏସଡିପିଓ ହେଲେ ରୋହିତ ବର୍ମା

ବାଲିଗୁଡା,ଏନ୍‌ଏନ୍‌ଏସ୍‌: ବାଲିଗୁଡ଼ା ଉପଖଣ୍ଡର ୨୩ତମ ନୂତନ ପୁଲିସ ଏସଡିପିଓ ଭାବେ ରୋହିତ ବର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ବର୍ମା ଅନୁଗୁଳରେ ପ୍ରୋବେନାଲ ପରେ ଫୁଲବାଣୀରେ ଏଏସପି ଦ୍ୱାୟିତ୍ୱରେ ଥିଲେ । ଶ୍ରୀ ବର୍ମା ୨୦୧୯ ବ୍ୟାଚର ଆଇପିଏସ ଅଫିସର । ଏସଡିପିଓ ଭାବେ ଏହା ମୋର ପ୍ରଥମ । ସମସ୍ତେ ଭାଇଚାରା ସହ ମିଳିମିଶି ଚଳିବା, ପୁଲିସ ସବୁବେଳେ ଜନତାଙ୍କ ସେବାରେ ରହିଛି, ମାଓ ସମସ୍ୟା, ଗଞ୍ଜେଇ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବି ବୋଲି ଶ୍ରୀ ବର୍ମା କହିଛନ୍ତି ।