ମୁକ୍ତା ଯୋଜନା ପ୍ରକଳ୍ପ କାର୍ଯ୍ୟ ଭଙ୍ଗାରୁଜା ଘଟଣା; ବିଧାୟକଙ୍କ ୩ ସହଯୋଗୀ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ମିଶନ ଶକ୍ତି ମହିଳା ଏସ୍ଏ‌ଚ୍‌ଜିଙ୍କ ମୁକ୍ତା ଯୋଜନା ପ୍ରକଳ୍ପ କାର୍ଯ୍ୟ ଭଙ୍ଗାରୁଜା ଘଟଣାରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ୩ ସହଯୋଗୀଙ୍କୁ ଗିରଫ କରାଯାଇଛି । ପ୍ରକଳ୍ପ କାର୍ଯ୍ୟ ଭାଙ୍ଗୁଥିବା ବେଳର ଭିଡିଓ ଓ ହରିଓମ୍ ଏସ୍ଏ‌ଚ୍‌ଜି ଗ୍ରୁପର ଏତଲା ଆଧାରରେ ଦେବଗଡ଼ ଥାନା ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ୩ ଜଣ ହେଲେ ରାଜକୁମାର ମୁଣ୍ଡା, ବଳିଆ ପାତ୍ର ଓ ସୁମନ୍ତ ଭୋଜ । ଏନେଇ ଏସ୍‌ଡିପିଓ ଅନିଲ କୁମାର ବେଉରିଆ ସୂଚନା ପ୍ରଦାନ କରିଛନ୍ତି । ଏଥିସହିତ ଆଗକୁ ଗିରଫ ସଂଖ୍ୟା ବୃଦ୍ଧି ହେବ ବୋଲି ଆଇଆଇସି ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି ।