ପଞ୍ଜାବ ପହଞ୍ଚିଲା ‘ଭାରତ ଯୋଡ଼ୋ ଯାତ୍ରା’

ପଞ୍ଜାବ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ପଞ୍ଜାବ ପହଞ୍ଚିଛି । ଯାତ୍ରା ଆରମ୍ଭ ପୂର୍ବରୁ ରାହୁଲ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିଛନ୍ତି । ରାହୁଲ କିଛି ଘଣ୍ଟା ଅମୃତସରରେ ବିତାଇବା ପରେ ସଂଧ୍ୟାରେ ଫତେହଗଢ଼ ସାହିବ ପହଞ୍ଚିବେ ବୋଲି ମହାସଚିବ ଜୟରାମ ରମେଶ କହିଛନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ରାହୁଲ ଗାନ୍ଧୀ ଆଜି ସକାଳୁ ଅମ୍ବାଲା କେଣ୍ଟର ଶାହପୁରରୁ ପଦଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ରାହୁଲଙ୍କ ସହ ପୂର୍ବ ସାଂସଦ ଓ କଂଗ୍ରେସ ନେତା ରାଜ ବବର ମଧ୍ୟ ସାମିଲ ଥିଲେ ।