ଓସ୍କାର ପାଇଁ ସର୍ଟଲିଷ୍ଟ ହେଲା ‘ଦି କଶ୍ମୀର ଫାଇଲ୍ସ’

ମୁମ୍ବାଇ: ସୁପରହିଟ୍ ହିନ୍ଦୀ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ କରାଯାଇଛି । ଏଥିସହିତ ଫିଲ୍ମର ମୁଖ୍ୟ ଅଭିନେତା ଅନୁପମ ଖେରଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା କ୍ୟାଟେଗରୀରେ ସର୍ଟଲିଷ୍ଟ କରାଯାଇଥିବା ଜଣାପଡ଼ିଛି । ଫିଲ୍ମଟି ଓସ୍କାର ଦୌଡ଼ରେ ସାମିଲ ହେବା ପରେ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଓ ଅନୁପମ ଖେର ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି ।
ସୂଚନାଯୋଗ୍ୟ, ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମରେ ଅନୁପମ ଖେରଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲା । ‘ଦି କଶ୍ମୀର ଫାଇଲ୍ସ’ ବ୍ୟତୀତ ସାଉଥ ସୁପରଷ୍ଟାର ଋଷଭ ସେଟ୍ଟୀଙ୍କ ଦମଦାର ଫିଲ୍ମ ‘କାନ୍ତାରା’ ଓ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିୟାବାଡ଼ୀ’ ମଧ୍ୟ ସର୍ଟଲିଷ୍ଟ ହୋଇଛି । ଆସନ୍ତା ଜାନୁଆରୀ ୨୪ରେ ଉପରୋକ୍ତ ଫିଲ୍ମର ଆଗାମୀ ଯାତ୍ରାକୁ ନେଇ ନିର୍ଣ୍ଣୟ ନିଆଯିବ ।