ଦେବଗଡ଼,ଏନ୍ଏନ୍ଏସ୍: ଗତ ୨ ତାରିଖରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ମାଡ଼ ମାରି ଗିରଫ ହୋଇଥିବା ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର ଦେବତାଙ୍କୁ ଆଜି ଜାମିନ ମିଳିବା ପରେ ସନ୍ଧ୍ୟାରେ ଉଭୟ ଜେଲରୁ ମୁକୁଳିଛନ୍ତି । ଜେଲରୁ ବାହାରିବା ପରେ ଉଭୟଙ୍କୁ ସଫେଇ କର୍ମଚାରୀ ସଂଘ ସଦସ୍ୟ ଓ ଭୀମ ସେନା କର୍ମୀମାନେ ବାଣ ଫୁଟାଇ, ଅଭିର ବୋଳି, ଫୁଳମାଳ ପିନ୍ଧାଇ ଓ ବାଜା ବଜାଇ ଶୋଭାଯାତ୍ରାରେ ପୌର କାର୍ଯ୍ୟାଳୟକୁ ଆଣିଥିଲେ।