ଦେବଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟ ପ୍ରତିଯୋଗିତା ଭାବେ ଜଣାଶୁଣା ବାମଣ୍ଡା କପ ଆଜି ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି । କ୍ଲବ ସମ୍ପାଦକ ଅଶୋକ ନନ୍ଦଙ୍କ ପରିଚାଳନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷ କୌଶିକ କୁମାର ପ୍ରଧାନ, ଦେବଗଡ଼ ନଗରପାଳ ଶାନ୍ତି ମଞ୍ଜରୀ ଦେଇ, ଉପନଗରପାଳ ପ୍ରଜିତ କୁମାର ଭୋଜ ଓ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟା ଡା. କାୟନାତ କାଜି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ପ୍ରତିଷ୍ଠିତ କ୍ରିକେଟ କ୍ଲବମାନ ଅଂଶଗ୍ରହଣ କରି ଆସୁଥିବାବେଳେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ଖେଳାଳିମାନେ ନିଜ କ୍ରୀଡ଼ା ଦକ୍ଷତା ଦେଖାଇବା ଏହାର ଗୁରୁତ୍ୱକୁ ପରିପ୍ରକାଶ କରୁଥିବା ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ୯ଦିନ ଧରି ହେବାକୁ ଥିବା କ୍ରିକେଟ ଟୁର୍ଣ୍ଣର୍ାମେଣ୍ଟର ପ୍ରଥମ ମ୍ୟାଚ ଆଜି ବ୍ଲୁ ଡାଇମଣ୍ଡ ବରଗଡ଼ ଓ କେନ୍ଦୁଝର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଛି ।