ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବନ ବିଭାଗ ବିପୁଳ ପରିମାଣର ଖଇର କାଠ ଜବତ କରିବାରେ ସଫଳ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ପାଟଣାଗଡ଼ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶିଙ୍କ ନେତୃତ୍ୱରେ ବନ କର୍ମଚାରୀ ପାଟଣାଗଡ଼ ପଦ୍ମପୁର ରାସ୍ତାର ଗୌଡ଼ପାଲି ଗାଁ ନିକଟରେ ଥିବା ପେଟ୍ରୋଲ ପମ୍ପର ଅନତି ଦୂରେର ଥିବା ଏକ ଖଳାରୁ ଖଇର କାଠ ବୋଝେଇ ରହିଥିବା ଏକ ଟାଟା ୨୦୭ ଗାଡ଼ିକୁ ଜବତ କରିଥିଲା । ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇ ଥିବାବେଳେ ଜବତ କାଠ ବୋଝେଇ ଗାଡ଼ିକୁ ପାଟଣାଗଡ଼ ବନ ବିଭାଗକୁ ଆଣି ଅଧିକ ତଦନ୍ତ କରାଯାଉଛି । ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ସୂଚନା ଦେଇଛନ୍ତି ।