କେଣ୍ଟର ଦୁର୍ଘଟଣାରେ ୫୦ ଗାଈ ମୃତ

ଜୟପୁର,ଏନ୍‌ଏନ୍‌ଏସ୍‌: କେଣ୍ଟର ଦୁର୍ଘଟଣାରେ ୫୦ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ରାଞ୍ଚି ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ମାଲକାନଗିରି ଅଭିମୁଖେ ଯାଉଥିବା କଣ୍ଟେନର ଗାଡ଼ି ଭାରସାମ୍ୟ ହରାଇ ଟାପାଯୋଡ଼ିରେ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ୧୦୦ରୁ ଊର୍‌ଦ୍ଧ୍ୱ ଗାଈଙ୍କ ମଧ୍ୟରୁ ୫୦ ଗାଈଙ୍କ ମୃତ୍ୟୁ ଘଟିଛି। ଆଉ ଜୀବିତ ଗାଈଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇ ଥିବାବେଳେ ବୈପାରୀଗୁଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।