ବିଏମସିର ଉଚ୍ଛେଦ କାଲିଠୁ ବନ୍ଦ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ବିଏମସି ପକ୍ଷରୁ ଉଚ୍ଛେଦ ବନ୍ଦ କରାଯାଇଛି । କାଲିଠୁ କିଛିଦିନ ପାଇଁ ଉଚ୍ଛେଦ ହେବନି ବୋଲି ନର୍ଥ ଜୋନ ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କା ସୂଚନା ପ୍ରଦାନ କରିଛନ୍ତି । ଉଚ୍ଛେଦ ପୂର୍ବରୁ ସଂଘ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉଠା ଦୋକାନୀ ଆନ୍ଦୋଳନ ବନ୍ଦ କରିଛନ୍ତି । ଏଥିସହିତ ପରବର୍ତ୍ତୀ ସମୟରେ ଥଇଥାନ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି ।