ରିଆମାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୨ତମ ବାର୍ଷିକତ୍ସୋବ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷା ନୀତିରେ ରାଜ୍ୟ ସରକାର ବିଫଳ ବୋଲି ସମାଲୋଚନା କରିବା ସହିତ ଶିଶୁ ମନ୍ଦିର ବିକାଶ ପାଇଁ ସବୁବେଳେ ମୁଁ ଚେଷ୍ଟିତ ବୋଲି କହିଥିଲେ । ଦେବଗଡ଼ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଖଗେଶ୍ୱର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଷ୍ଟ୍ରକୁ ବିକାଶ କରିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ବିକାଶରେ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଅନ୍ୟପଟେ ରିଆମାଳ ବ୍ଲକ ଶିକ୍ଷାଧିକାରୀ ବିନୋଦ ସିଂ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଶିକ୍ଷା ସମିତି ଓଡ଼ିଶା ସବୁବେଳେ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଚେଷ୍ଟା କରିଥାଏ ବୋଲି କହିଥିଲେ । ବିଦ୍ୟାଳୟର ସଭାପତି ସୁରେଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ କୃତୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତୀ ପ୍ରଧାନ, ପ୍ରଭାତୀ ବେହେରା, ଗୀତାଞ୍ଜଳୀ ସାହୁ, ସଞ୍ଜୟ ପ୍ରଧାନ, ପ୍ରତାପ ସ୍ୱାଇଁ ପ୍ରମୁଖ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଦଶରଥ ନାୟକ ଧନ୍ୟବାଦ ଦେଇଥିଲେ ।