ଚୀନରେ କରୋନା ବଢ଼ୁଥିବାରୁ ଏଡଭାଇଜରି ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,ଏନ୍‌ଏନ୍‌ଏସ୍‌: ଚୀନ, ଆମେରିକା, କୋରିଆ ଓ ଜାପାନରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଡଭାଇଜରୀ ଜାରି କରିଛନ୍ତି । ରାଜ୍ୟକୁ ଏକ ଚିଠି ଲେଖି ଜିନମ ସିକ୍ୟୁଏନ୍ସିଂର ପଜିଟିଭ ରିପୋର୍ଟ ପଠାଇବାକୁ କେନ୍ଦ୍ର ସରକାର କହିଛନ୍ତି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନସୀଡୀସୀ ଏବଂ ଆଇସିଏମଆପକୁ ବି ଚିଠି ପଠାଇଛନ୍ତି । ଏଥିରେ ଜିନୋମ ସିକ୍ୟୁଏନ୍ସିଂ ଉପରେ ଖାସ୍ ଧ୍ୟାନ ଦେବାକୁ କୁହାଯାଇଛି ।