ନବରଙ୍ଗପୁର:ଏନ୍ଏନ୍ଏସ୍: ଟିର୍ଲୀଆମ୍ବାଗୁଡ଼ାସ୍ଥିତ ଆଦର୍ଶସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ଅଧ୍ୟାପକ ଅଧ୍ୟାପିକା ବହୁଳ ଭାବେ ଅଂଶଗ୍ରହଣ କରିଥିଲେ । ଉକ୍ତ ଶିବିରକୁ ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରାଙ୍କ ଉପସ୍ଥିତିରେ ଡିଏମଓ ନବରଙ୍ଗପୁର ଡାକ୍ତର ଲକ୍ଷ୍ମୀ ନାରାୟଣ ବିଶୋଇ ଓ ବ୍ଲଡ଼ବ୍ୟାଙ୍କ ଅଧିକାରୀ ଡା. ଦେବବ୍ରତ ଡାକୁଆ ଉଦଘାଟନ କରିଥିଲେ । ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ରକ୍ତ ସଂଗ୍ରହକାରୀ ଦଳ ଅରୁଣ କୁମାର ତ୍ରିପାଠୀ, ମାର୍ଟିନ ଛତର, ହେମନ୍ତ ରାଉତ, ବିରେନ୍ଦ୍ର ବିଶୋଇ ଓ କେଶବ ରାଓ ରକ୍ତ ସଂଗ୍ରହ କରିଛନ୍ତି । ମୋଟ ୮୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି । ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ, ସହକାରୀ ପ୍ରଫେସର ଡା. ଅରବିନ୍ଦ କୁମାର ଓଝା, ଡା. ପୁରବୀ କର, ଡା. ଲକ୍ଷ୍ମୀ ବେହେରା, ଓ ଅଭିଜିତ ଲେଙ୍କା ମୁଖ୍ୟ ଭୂମିକା ସମ୍ପାଦନ କରିଥିଲେ । ସୋନୁ ସାହୁ, ମୋନାଲିସା ନାଗ, ସୁଲୋଚନା ନାୟକ, ଜିଭିଭି ରଞ୍ଜିତା, ସନ୍ଧ୍ୟାରଣୀ ପାଢ଼ୀ, ପଲ୍ଲବୀ ସାହୁ, ଶ୍ରବଣ କୁମାର ପୁଝାରୀ ଓ ମୁରଲୀ ମୋହନ ନାୟକ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।