ସାଢ଼େ ୩ ବର୍ଷ ପରେ ବିରାଟଙ୍କ ବ୍ୟାଟରୁ ଶତକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲୀ ବାଙ୍ଗଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଜବରଦସ୍ତ ପ୍ରବର୍ଶନ କରି ଶତକ ହାସଲ କରିଛନ୍ତି । ଦିନିକିଆ କ୍ୟାରିୟରରେ ଏହା ହେଉଛି ବିରାଟଙ୍କ ୪୪ତମ ଶତକ । କିନ୍ତୁ ଏହି ଶତକ ପାଇଁ ବିରାଟ ଓ ତାଙ୍କ ଫ୍ୟାନଙ୍କୁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ପାଖାପାଖି ସାଢ଼େ ୩ ବର୍ଷ ପରେ ବିରାଟ ଶତକ ମାରିବାରେ ସଫଳ ହୋଇଛନ୍ତି । ବିରାଟ ଶେଷଥର ପାଇଁ ୨୦୧୯ରେ ୱେଷ୍ଟେଣ୍ଡିଜ ବିପକ୍ଷରେ ଶତକ ହାସଲ କରିଥିଲେ ।

ବିରାଟ କୋହଲୀ ଆଜିର ମ୍ୟାଚରେ ୮୫ ବଲରେ ଶତକ ହାସଲ କରିଛନ୍ତି । ଶତକୀୟ ପାଳିରେ ବିରାଟ ୧୧ଟି ଚୌକା ଓ ଗୋଟିଏ ଛକ୍କା ମାରିଛନ୍ତି । କିନ୍ତୁ ବିରାଟ ୧୧୩ ରନରେ ଆଉଟ ହୋଇ ପାଭିଲିୟନ ଫେରି ଯାଇଛନ୍ତି ।