ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବୀ ଉପସ୍ଥାପନ କଲେ ଭୂପେନ୍ଦ୍ର ପଟେଲ

ଗୁଜରାଟ: ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ବିଜେପି ବିଜୟୀ ହୋଇଛି । ଆଉ ଆଜି ଭୂପେନ୍ଦ୍ର ପଟେଲ ରାଜଭବନରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସରକାର ଗଠନ କରିବାର ଦାବି ଉପସ୍ଥାପନ କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ଭୂପେନ୍ଦ୍ର ପଟେଲ ଓ ଗୁଜରାଟ ବିଜେପି ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲ ଦିଲ୍ଲୀ ଗସ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ଭୂପେନ୍ଦ୍ର ପଟେଲ ଓ ସିଆର ପାଟିଲ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ଏହି ସମୟରେ ମନ୍ତ୍ରୀମଣ୍ଡଳର ନାଁକୁ ନେଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।