ଜବରଦଖଲ ଜାଗାକୁ ନିଜ ଆକ୍ତିଆରକୁ ଆଣିଲା ଜୟପୁର ପୌରପାଳିକା

ଜୟପୁର,ଏନ୍‌ଏନ୍‌ଏସ୍‌: ଜୟପୁର ଦୈନିକ ବଜାର ନିକଟରେ ଥିବା ଚାଉଳଟ୍ରି ରାସ୍ତାରେ କୋଟି କୋଟି ଟଙ୍କାର ମୂଲ୍ୟବାନ ଜାଗା ଜବରଦଖଲକାରୀଙ୍କଠୁ ଉଛେଦ କରି ପୌରପାଳିକା ନିଜ ଆକ୍ତିଆରକୁ ଆଣିଛି । ୪ ଡେସିମିଲ ଜାଗାରେ ୨ଟି ଷ୍ଟଲରେ ଦୋକାନ ଖୋଲି କିଛି ଦୋକାଦୀ ବସିଥିଲେ । ଏନେଇ ପୌରପାଳିକା ତରଫରୁ କୋର୍ଟରେ ମାମଲା ଦାୟର କରାଯାଇଥିଲା । କୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ପୌର କାର୍ଯ୍ୟନିବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୌର କର୍ମଚାରୀ, ଟାଉନ ପୁଲିସ ଓ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଋତୁ ସିଂ ଉପସ୍ଥିତ ରହିଥିଲେ । କୋର୍ଟଙ୍କ ଆଦେଶ ବଳରେ ଦୀର୍ଘ ୫୦ ବର୍ଷ ହେବ ଜବରଦଖଲ ହୋଇଥିବା ମୂଲ୍ୟବାନ ଜାଗାକୁ ଜୟପୁର ପୌରପାଳିକା ନିଜ ଆକ୍ତିଆରକୁ ଆଣିଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।