କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ ଏକ ବଡ଼ ଧରଣର ବାଇକ ଚୋର ଦଳକୁ ଠାବ କରି ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ତରଣୀ ସେନ ଭୋଇ(୨୫), ସୂର୍ଯ୍ୟମଣି ମାଝୀ(୨୩), ଧ୍ରୁବ ନାଗ(୨୫), ପୁରୁଷୋତ୍ତମ ନାଏକ(୩୧) ଓ ବିପିନ ଖରସେଲ(୨୮) । ମିଳିଥିବା ରିପୋର୍ଟ ମୁତାବକ, ବିଭିନ୍ନ ସମୟରେ ବାଇକଗୁଡ଼ିକ ଚୋରି ହେଉଥିବା ନେଇ ବାରମ୍ବାର କେସିଙ୍ଗା ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ଆଧାର କରି କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ୱରେ ଅତିରିକ୍ତ ଆଇଆଇସି ମମତା ହେମ୍ବ୍ରମ, ଏସଆଇ ସୋନାଲି ବିଶ୍ୱାଳ, ଏସଆଇ ଲୋରିସ ପ୍ରଧାନ, ଉତକେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହଁର ଓ ଅକ୍ଷୟ ପଟ୍ଟନାୟକଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍ ତଦନ୍ତ କରି ୫ ବାଇକ ଚୋରକୁ ଗିରଫ କରିବା ସହ ସେମାନଙ୍କଠାରୁ ୧୮ ଟି ବାଇକ, ୩ ଟି ମୋବାଇଲ, ୧ କ୍ୟାମେରା, ୧ ପ୍ରିଣ୍ଟର, ଆଇରନ ରଡ଼ ଓ ଖଣ୍ଡା ଜବତ କରିଥିବା ଅତିରିକ୍ତ ଆଇଆଇସି ମମତା ହେମ୍ବ୍ରମ ସୂଚନା ଦେଇଛନ୍ତି ।