ଓଏଏସ୍ ପ୍ରିଲିମ୍ ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ସିଭିଲ ସେବା ପ୍ରିଲିମ୍ ପରୀକ୍ଷା ୨୦୨୧ର ଫଳାଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୫,୨୯୬ ପ୍ରାର୍ଥୀ ମେନ୍ସ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଅଣସଂରକ୍ଷିତ ବର୍ଗରେ ୨୮୦୨(୯୪୪ ମହିଳା) ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗରେ ୪୭୫(୧୪୪ ମହିଳା), ଅନୁସୂଚିତ ଜାତି ବର୍ଗରେ ୮୭୭(୨୯୪ମହିଳା) ଓ ଅନୁସୂଚିତ ଜନଜାତି ବର୍ଗରେ ୧୧୪୨(୨୯୪ମହିଳା) ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ସିଭିଲ ସେବା ପରୀକ୍ଷା ୨୦୨୧ ପାଇଁ ୫୮ ହଜାର ୨୪୧ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ସେଥିମଧ୍ୟରୁ ୨୯ହଜାର ୨୯୫ଜଣ ପରୀକ୍ଷା ଦେଇଥିଲେ । ଏଥିସହିତ ମେନ୍ସ ପରୀକ୍ଷା ୨୦୨୩ ଫେବୃଆରୀ ୨୩ରେ ହେବ ବୋଲି ସ୍ଥିର କରାଯାଇଛି ।