୧୦୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଜୟପୁର,ଏନ୍‌ଏନ୍‌ଏସ୍‌: ଜୟପୁର ସଦର ପୁଲିସ ହଠାତ୍ ଜଣଙ୍କ ଘର ଉପରେ ଚଢ଼ଉ କରି ୧୦୨ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଜୟପୁର ସଦର ଥାନା ଆନ୍ତର୍ଗତ କେରାପୁଟର ମଦନ ହରିଜନ । ମିଳିଥିବା ରିପୋର୍ଟ ମୁତାବକ, ଜୟପୁର ସଦର ପୁଲିସ ପେଟ୍ରୋଲିଂ କରୁଥିବାବେଳେ କେରାପୁଟର ଜଣଙ୍କ ଘରେ ଗଞ୍ଜେଇ ରହିଥିବା ସୂଚନା ପାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ କେରାପୁଟର ମଦନ ହରିଜନ ଘରେ ଚଢ଼ଉ କରିଥିଲା । ଜବତ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେବାନେଇ ରଖାଯାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନାଧିକାରୀ ଈଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।