ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ମଳେହିପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଜାମୁଣ୍ଡା ପରିସରରେ ଦେବଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଦେବଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ବିନୋଦ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳା ପତାକାକୁ ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରିଅମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ସ୍ୱତନ୍ତ୍ର ଅତିଥିଭାବେ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ମଳେହିପଡ଼ା ସରପଞ୍ଚ ରୁନୁ ବେହେରା, ପ୍ରମୋଦ କୁମାର ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ପ୍ରଧାନ ଯୋଗ ଦେଇଥିଲେ । ସେହିପରି ସରକାରୀ ଶିକ୍ଷକ ରାଜକିଶୋର ପ୍ରଧାନ ସଂଯୋଜନା କରିଥିବାବେଳେ ସିଆରସିସି ପ୍ରମୋଦ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୭୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସତ୍ୟ ନାରାୟଣ ସାହୁ, ଅଲେଖ ଚନ୍ଦ୍ର ଗଡ଼ନାୟକ, ଜଗବନ୍ଧୁ ରଣା ଓ ବିଜୟ କୁମାର ସାହୁ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଅନ୍ୟପଟେ ଉଦଯାପନୀ ଉତ୍ସବରେ ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଦେବଗଡ଼ ଜିଲ୍ଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରା ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ବିଜ୍ଞାନ ଦୂତ ଜୟନ୍ତ କୁମାର ମାହାର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ବ୍ଲକ ଶିକ୍ଷାଧିକାରୀ ବିନୋଦ ସିଂ ସଭପତିତ୍ୱ କରିଥିଲେ । ଏଥିରେ ମୁଖ୍ୟଅତିଥିଙ୍କ ଦ୍ୱାରା ବିଜ୍ଞାନ ଓ ପତାକାକୁ ଅବତରଣ କରାଯାଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପବିତ୍ର ମୋହନ ସାହୁ, ପ୍ରେମାନନ୍ଦ ସ୍ୱାଇଁ, ଆଦିତ୍ୟ ପ୍ରଧାନ, କ୍ଷମାନିଧି ସାହୁ, ନରେନ୍ଦ୍ର ସାହୁ, ଗୁରୁଚରଣ ସ୍ୱାଇଁ, କ୍ଷମାନିଧି ପ୍ରଧାନ, ନାରଣ ବିଶ୍ୱାଳ ଓ ମହେନ୍ଦ୍ର ମୁଣ୍ଡୁଳୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।