ବିଳାସପୁର ରେଫରୀ ତାଲିମ ଶିବିରରେ ୩ ସଇଁନ୍ତଲା କ୍ରୀଡ଼ାବିତଙ୍କ ସଫଳତା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଛତିଶଗଡ଼ର ବିଳାସପୁରରେ ଅନ୍ତର୍ଜାତୀୟ ତାଇକୋଣ୍ଡୋର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ମାଷ୍ଟର ଗଣେଶ ସାଗରଙ୍କ ସଂଯୋଜନାରେ ମହାରେଫରୀ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ପ୍ରଶିକ୍ଷଣ ଶିବିରରେ ଦେଶର ବିଭିନ୍ନ ରାଜ୍ୟରୁ ୨୦୦ରୁ ଊର୍‌ଦ୍ଧ୍ୱ ଖେଳାଳି ଭାଗ ନେଇ ପ୍ରଶିକ୍ଷଣ ନେଇଥିଲେ । ଏହି ଶିବିରରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଳ ଅର୍ଡିନାନ୍ସ ଫେକ୍ଟ୍ରି ସ୍କୁଲର ୩ଜଣ ଅବନ୍ତିକା ବେହେରା, ମାମୁନି ଚୌହାନ, ଏସଏସ ସୋହାନୀ ଓ ବଲାଙ୍ଗୀରସ୍ଥିତ ଆଇଟିଆଇ କଲେଜର ଅଭିମନ୍ୟୁ ଛତ୍ରିଆ ପ୍ରଶିକ୍ଷଣ ଗ୍ରହଣ କରିବା ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରେଫରୀ ସାର୍ଟିଫିକେଟ ହାସଲ କରିଥିଲେ । ଓଡ଼ିଶା ତାଇକୋଣ୍ଡୋ ଏକାଡେମୀର ମାଷ୍ଟର ଦେବାନନ୍ଦ ଚୌହାନ, ବୁଲୁ ବେହେରା ଓ ସାମନ୍ତ କୁମାର ଦୀପଙ୍କ ନେତୃତ୍ୱରେ ଏହି ଟିମ ବିଳାସପୁର ଯାଇ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲା । ଶିବିରରେ ଅନ୍ତରାଷ୍ଟ୍ରୀୟ ପ୍ରଶିକ୍ଷକ ମାଷ୍ଟର ଟି ଲୋଖଣ୍ଡମ ରାଓ ରେଫରୀ ବିଷୟରେ ସବିସ୍ତୃତ ପ୍ରଶିକ୍ଷଣ ଦେଇଥିଲେ । ଦେଶର ବିଭିନ୍ନ ରାଜ୍ୟରୁ ଯାଇଥିବା ମାଷ୍ଟର ରଜକ ସର୍କାର(ମେଘାଳୟ), ସୁନୀଲ କୁମାର ପ୍ରସାଦ(ଛତିଶଗଡ଼), ରାଜକୁମାର ଯାଦବ(ମଧ୍ୟପ୍ରଦେଶ), ଅମିତ ରାଉତ(ଓଡ଼ିଶା), ସତବିନ୍ଦର ସିଂ(ଛତିଶଗଡ଼), ରାଜା ଭଟ୍ଟାଚାର୍ଯ୍ୟ (ପଶ୍ଚିମବଙ୍ଗ) ଓ ଅନିଲ କୁମାର ରାଉଳ (ଓଡ଼ିଶା) କୋଚ ଭାବେ ସହଯୋଗ କରିଥିଲେ