ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଧନେଶ୍ୱର ଛକରେ ଥିବା କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ଉଦ୍ୟମ ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ୩ ଜିଲ୍ଲାର ପ୍ରଚଣ୍ଡ ଶଦ୍ଦ ସହ ଉକ୍ତ ଅଗ୍ନିକାଣ୍ଡର କୌଣସି ସମ୍ପର୍କ ନଥିବା ସୂଚନା ମିଳିଛି ।