ପଦ୍ମପୁର/ଭୁବନେଶ୍ୱର,ଏନ୍ଏନ୍ଏସ୍: ପଦ୍ମପୁର ଉପନିର୍ବାଚନରେ ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଚାର ମଇଦାନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୁଜାରି, ସଂଗିତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ପ୍ରମୁଖ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି ବାଡ଼ିକଟାରେ କର୍ମୀ ସମ୍ମିଳନୀ କରିଥିବାବେଳେ ସାଂସଦ ସଙ୍ଗୀତା ସିଂହଦେଓ ଦହିତାରେ, ଜୁଏଲ ଓରାମ ପାଇକମାଳରେ, ସୁରେଶ ପୁଜାରି ସରଗିବାହାଲରେ, ମନମୋହନ ସାମଲ ଜଗଦଳପୁରରେ, କନକ ବର୍ଦ୍ଧନ ସିଂହଦେଓ ମାଣ୍ଢୋସିଲରେ, ବସନ୍ତ ପଣ୍ଡା ଝାରବନ୍ଧରେ ଓ ବିଜେପିର ବିଧାୟକ ପାର୍ଥୀ ପ୍ରଦୀପ ପୁରୋହିତ କାଂସଦା ଅଂଚଳରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି । ଏହି ସମୟରେ ଉପରୋକ୍ତ ନେତା ବିଜେଡିର କ୍ରମାଗତ ଅବହେଳା ଓ କେନ୍ଦ୍ର ସରକାର ଅନେକ ଯୋଜନା ସମ୍ପର୍କରେ ଲୋକଙ୍କୁ କହିଥିଲେ ।